ଯାଜପୁର: ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ଲଗାଣ ବର୍ଷା ସାଙ୍ଗକୁ ନଦୀର ଜଳସ୍ତର ବୃଦ୍ଧି ପାଉଛି । କିନ୍ତୁ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଉପୁଜି ନଥିବାବେଳେ ପ୍ରଶାସନ କିନ୍ତୁ ଆଗୁଆ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ।
ସେପଟେ ଯାଜପୁର ଦଶରଥପୁର ବ୍ଲକ ନିଜାମପୁର ନୂଆ ପାଟଣା ନିକଟରେ ନଦୀ ପାଣି ମାଡରେ ୧୦ ଫୁଟରୁ ଉର୍ଦ୍ଧ୍ୱ ନଦୀ ପଠା ଧସିଥିବା କାରଣରୁ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ବଲହା ଓ ବାଲି ବସ୍ତା ଦେଇ ଅସ୍ଥାୟୀ ମରାମତି ସରିଛି । ଘଟଣାସ୍ଥଳରେ ଜଳସମ୍ପଦ ବିଭାଗ ଓ ପୂର୍ତ୍ତ ବିଭାଗ ପହଞ୍ଚିବା ସହ ଜିଲ୍ଲା ପ୍ରଶାସନ ପହଞ୍ଚି କରିଛନ୍ତି ସ୍ଥିତି ସମୀକ୍ଷା । ଏହା ସହ ନଦୀ ବନ୍ଧ ମାରାମତି କରିଥିବା ଜିଲ୍ଲାପାଳ କହିଛନ୍ତି।